ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ବିଡିଘାଟ ଗ୍ରାମ ଠାରେ ବିଡିଘାଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଉତ୍ସାହଭରା ପରିବେଶ ମଧ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସଦର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଓ ବରିଷ୍ଠ ବିଜେଡି ନେତା ଗୋଲାପ ବାଗ ଯୋଗଦାନ କରିଥିଲେ। ଏହି ଅବସରରେ ଶ୍ରୀ ବାଗ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଆୟୋଜକ କମିଟି ସଦସ୍ୟମାନଙ୍କୁ ସଫଳ ଆୟୋଜନ ପାଇଁ ଶୁଭେଚ୍ଛା ଜଣାଇଥିଲେ। ଟୁର୍ଣ୍ଣାମେଣ୍ଟକୁ ଦେଖିବା ପାଇଁ ବହୁ ସଂଖ୍ୟକ କ୍ରିକେଟ ପ୍ରେମୀଙ୍କ ଭିଡ଼ ଜମିଥିଲା।