ବଲାଙ୍ଗୀର କୋଷଲ କଲା ମଣ୍ଡପ ଠାରେ ଆୟୋଜିତ ସର୍ବଭାରତୀୟ ବହୁଭାଷୀ ନାଟ୍ୟ ସମାରୋହ ‘ମଠଖାଇ ମହୋତ୍ସବ’ ଦର୍ଶକମାନଙ୍କୁ ଆକର୍ଷିତ କରିଛି। ଏହି ଅବସରରେ ଆଜି ରାତି ୭ଟା ୩୦ମିନିଟ୍ ସମୟ ରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ନାଟକ ପରିବେଷଣ ସମୟରେ ସେ କଳା, ସଂସ୍କୃତି ଓ ନାଟ୍ୟକଳାର ମହତ୍ତ୍ୱ ଉପରେ ଆଲୋକ ପାତ କରିଥିଲେ। ସମାଜକୁ ସଚେତନ କରିବାରେ ନାଟକର ଭୂମିକା ଅପରିହାର୍ଯ୍ୟ ବୋଲି ସେ କହିଥିଲେ।