ବାଲେଶ୍ବର ମ୍ୟୁନିସିପାଲଟି: ମିଶନ ଶକ୍ତି ବଜାର ଠାରେ ସ୍ୱଚ୍ଛତା ହିଁ ସେବା ଶୋଭାଯାତ୍ରାରେ ଯୋଗ ଦେଲେ ଜିଲ୍ଲାପାଳ
ଆଜି ସକାଳ ୮.୩୦ ମିନିଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ମିଶନ ଶକ୍ତି ବଜାର ଠାରେ ସ୍ୱଚ୍ଛତା ହିଁ ସେବା ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଗାନ୍ଧୀ ସ୍ମୃତି ଭବନ ଠାରେ ପହଞ୍ଚିଥିଲା।ଏହି ଅବସରରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଯୋଗ ଦେଇ ଶୋଭାଯାତ୍ରା କୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମ୍ୟୁନିସିପାଲିଟି ଚେୟାରମେନ ସବିତା ସାହୁ,ଉପଜିଲ୍ଲାପାଳ ଶିବ ମାଲବ୍ୟ ପ୍ରମୁଖ ଯୋଗ ଦେଇଥିଲେ।