“ଆମର ସମ୍ବଲପୁରୀ କପଡାର ଆହୁରି ଚାହିଦା ବଢ଼ାଇବା ଲକ୍ଷ୍ୟରେ ଆଗଲପୁର ଅଞ୍ଚଳରେ ବୁଣାକାର ଓ ବନ୍ଦକଳା କାରିଗରମାନଙ୍କ ପାଇଁ ଉନ୍ନତ ମାନର ଜ୍ଞାନ–କୌଶଳ ବ୍ୟବହାର ସହ ତାଲିମ କେନ୍ଦ୍ର ସ୍ଥାପନ ଅତ୍ୟାବଶ୍ୟକ,” ବୋଲି କହିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା। ଏପରି କେନ୍ଦ୍ର ସ୍ଥାପନ ହେଲେ ଗ୍ରାମାଞ୍ଚଳର ମହିଳାମାନେ ସ୍ୱାବଲମ୍ବୀ ହେବା ସହ ସମ୍ବଲପୁରୀ ହସ୍ତତନ୍ତ୍ରକୁ ନୂଆ ପରିଚୟ ମିଳିବ। ଏହି ପ୍ରସ୍ତାବ ସମ୍ପର୍କରେ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିବା ଜଣାଇଛନ୍ତି ଅଧ୍ୟକ୍ଷା।