ସୋର: ପୁଣି ମାତିଲେଣି ହାତଗୋଡ଼ ବନ୍ଧା ଦୁର୍ବୁର୍ତ୍ତ, ବିରିପଡା ଗ୍ରାମର ଦୁଇଟି ସ୍ଥାନରେ ଗର୍ଭବତୀ ମହିଳା ସମେତ ଅନ୍ୟ ମାନଙ୍କ ହାତଗୋଡ଼ ବାନ୍ଧି ଲୁଟ
Soro, Balasore | Sep 27, 2025 ସୋର ଥାନା ଅନ୍ତର୍ଗତ ଟେଣ୍ଟେଇ ପଂଚାୟତ ବିରିପଡା ଗ୍ରାମରେ ଦୁର୍ବୁର୍ତ୍ତ ମାନେ ଜଣେ ଗର୍ଭବତୀ ମହିଳାଙ୍କୁ ହାତଗୋଡ ବାନ୍ଧି ମାଡ଼ ମାରି ସୁନା ଗହଣା ଲୁଟି ନେଇଥିବା ଜଣାପଡିଛି। ସୂଚନା ଅନୁସାରେ ଏହି ଗ୍ରାମର ଅହଲ୍ୟା ନାୟକଙ୍କ ଘର କାମ ଚାଲୁଥିବାରୁ ସେ ପରିବାର ସହ ଏକ ଅସ୍ଥାୟୀ ଘରେ ରହୁଛନ୍ତି। ଗତକାଲି ରାତିରେ ଚାରିଜଣ ଦୁର୍ବୁର୍ତ ପଲିଥିନ ଚିରି ଘର ଭିତରକୁ ପଶିଥିଲେ। ପରେ ଅହଲ୍ୟାଙ୍କ ଗର୍ଭବତୀ ଝିଅକୁ ମାଡ଼ ମାରିବା ସହିତ ପରିବାରର ୩ଜଣଙ୍କୁ ହାତଗୋଡ ବାନ୍ଧିଥିଲେ। ଘରେ ଥିବା ୫୦ ହଜାରରୁ ଅଧିକ ଟଙ୍କାର ଗହଣା ଓ ନଗଦ ୧୪ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ।