ଡୁଙ୍ଗୁରିପାଲି: ଉଦେପଦର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର,ଚିକିତ୍ସା ପାଇଁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି
ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୭.୩୦ ମିନିଟ୍ ସମୟରେ ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର ଉଦେପଦର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବାବେଳେ,ଖବର ପାଇ ଅଗ୍ନିଶମ ବାହିନୀ ଏବଂ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି,ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଥିବା ସୂଚନା ମିଳିଛି l