ସାରା ରାଜ୍ୟରେ ପକ୍ଷୀ ଗଣତି ଚାଲିଥିବା ବେଳେ ଜୟପୁର ବନାଞ୍ଚଳ ଅଧିନରରେ ରହିଥିବା ୬ଟି ରେଞ୍ଜର ୨୭ଟି ଜଳାଶୟରେ ପକ୍ଷୀ ଚିହ୍ନଟ ସହିତ ଗଣତି ଆରମ୍ଭ ହୋଇଛି । ଏନେଇ ଆଜି ସଂନ୍ଧ୍ୟା 6 ଟାରେ ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି l ଏଥିରେ ଜୟପୁର ରେଞ୍ଜର ଦେବେନ୍ଦ୍ର ମାଝି ଜୟନଗର ଜଙ୍ଗଲ ଅଞ୍ଚଳରେ ରହିଥିବା ଐତିହାସିକ ଜଗନ୍ନାଥ ସାଗର ଜଳାଶୟରେ ଚଳିତ ବର୍ଷ ୧୩ଟି ପ୍ରଜାତିର ପକ୍ଷୀ ବନ ବିଭାଗର ସର୍ଭେ ଦଳ ପକ୍ଷରୁ ଚିହ୍ନଟ କରିଛନ୍ତି I