ଓରିଏଣ୍ଟ: ଗାନ୍ଧିଛକ ଜୟ ଦୁର୍ଗା କ୍ଲବ ପକ୍ଷରୁ ଅନୁଷ୍ଠିତ ଦୁର୍ଗାପୂଜା ଏଥର ୪୪ ବର୍ଷରେ ପଦାର୍ପଣ, ପୂଜା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ
ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌରପରିଷଦ ଅନ୍ତର୍ଗତ ଗାନ୍ଧିଛକ ଜୟ ଦୁର୍ଗା କ୍ଲବ ପକ୍ଷରୁ ଆୟୋଜିତ ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗାପୂଜା ଏଥର ୪୪ ବର୍ଷରେ ପଦାର୍ପଣ କରିଥିବା ବେଳେ ଆଜି ମାଙ୍କର ମହାଅଷ୍ଟମୀ ବିହିତ ପୂଜାର୍ଚ୍ଚନା କରାଯାଇଛି। ତେବେ ଆଜି ସନ୍ଧ୍ୟା ସାଢେ ସାତଟା ସମୟରେ ଭୋଗ ବଣ୍ଟନ କରାଯାଇଥିବା ବେଳେ ପୂଜା କମିଟି ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।ଏକ ସୁନ୍ଦର ମନ୍ଦିର ଢାଞ୍ଚାରେ ନିର୍ମିତ ତୋରଣ, ମେଢ଼, ଆଲୋକ ସାଜସଜ୍ଜା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ବାନ୍ଧି ରଖୁଛି। ପାଖାପାଖି ଦୁଇ କିଲୋମିଟର ପର୍ଯ୍ୟନ୍ତ ରଙ୍ଗୀନ ଆଲୋକ