ଜିଲ୍ଲା ସ୍ତରୀୟ କଳା ଉତ୍ସବ ସମୃଦ୍ଧି ପ୍ରତିଯୋଗିତା ୨୦୨୫ ଅନୁଷ୍ଠିତ ହୋଇଯାଇଛି | ବରଗଡ଼ ଶିକ୍ଷା ଜିଲ୍ଲା ବିଭାଗ ଓ ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ କଳା ଉତ୍ସବ ସମୃଦ୍ଧି ପ୍ରତିଯୋଗିତା ସ୍ଥାନୀୟ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ପରିସର ଗୁରୁବାର ଅପରାହ୍ନ ୨ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଅନୁସୂଚିତ ଜାତି ଜନ ଜାତି ସଂଯୋଜକ ମିଥୁନ ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ ।