ଜନସାଧାରଣଙ୍କୁ ସାକ୍ଷାତ କରି ବିଧାୟକ ଶୁଣିଲେ ସମସ୍ୟା, ବୁଝିଲେ ଦୁଃଖ, ସମାଧାନର ଦେଲେ ପ୍ରତିଶୃତି । ଆଜି ଅପରାହ୍ନ 2 ଟା ବେଳେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ନିଜ ଛେଣ୍ଡିପଦା ସ୍ଥିତ ବାସଭବନରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି । ପୁରା ନିର୍ବାଚନ ମଣ୍ଡଳୀରୁ ବୋହୁ ଲୋକ ଆସି ବିଧାୟକଙ୍କ ସାକ୍ଷାତ କରି ସେମାନଙ୍କ ସମସ୍ୟା ଜଣାଇଛନ୍ତି । ବିଧାୟକ ସମସ୍ତ ଲୋକଙ୍କ ସମସ୍ୟା ଶୁଣିବା ସହିତ ସମାଧାନର ପ୍ରତିଶୃତି ଦେଇଛନ୍ତି।