ଝାରସୁଗୁଡା: ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ପିଡବ୍ଲୁଡି ବିଭାଗର ବିଭିନ୍ନ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ
ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆଜି ଦିନ ଚାରିଟା ସମୟରେ ପବ୍ଲିକ ୱାର୍କସ ଡିପାର୍ଟମେଣ୍ଟ ବା ପିଡବ୍ଲୁଡି ବିଭାଗର ବିଭିନ୍ନ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓ ଭିତ୍ତିଭୂମି ପ୍ରକଳ୍ପ ଗୁଡିକର ଅଗ୍ରଗତିକୁ ନେଇ ପିଡବ୍ଲୁଡି ବିଭାଗର ଅଧିକାରୀ ସହିତ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ସମୀକ୍ଷା ବୈଠକରେ ଆଲୋଚନା କରିଛନ୍ତି।ଗୁଣାତ୍ମକ ମାନ ବଜାୟ ରଖିବା, କାର୍ଯ୍ୟ ସମୟସୀମା ତ୍ୱରାନ୍ୱିତ କରିବା ଆଦିକୁ ଗୁରୁତ୍ୱାରୋପ କରାଯାଇ ଅନୁଷ୍ଠିତ ବୈଠକରେ ଆଲୋଚନା କରାଯାଇଥିଲା।