ଆଜି ମଧ୍ୟାହ୍ନ 12 ଟା ବେଳେ ଅନୁଗୋଳ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମିନେରାଲ ପାଣ୍ଡେସନ ଟ୍ରଷ୍ଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ DMFT ର ସମସ୍ତ ପକ୍ଷଭୁକ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ । ବୈଠକରେ DMF ପାଣ୍ଠିର ସମୀକ୍ଷା ସହ କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା । ଜିଲ୍ଲାପାଳ ଖଣି ପ୍ରଭାବିତ ଲୋକଙ୍କ ପାଇଁ ପାଣ୍ଠିର ସଠିକ ଉପଯୋଗ ସହ ଉନ୍ନୟନ କାମ ପାଇଁ ନିର୍ଦ୍ଦେଶ ଦେଇଥିଲେ ।