ବଲାଙ୍ଗୀର: ଲର୍କି ଗ୍ରା.ପ PACS ପରିଦର୍ଶନ କରି କୃଷକ ପଞ୍ଜିକରଣ ବ୍ୟବସ୍ଥା ତଦାରଖ କଲେ ଜିଲ୍ଲାପାଳ
ଆଜି ବଲାଙ୍ଗିର ଜିଲ୍ଲାପାଳ ଲାର୍କି ଗ୍ରାମପଞ୍ଚାୟତ ସ୍ଥିତ ପ୍ରାଥମିକ କୃଷି ସମବାୟ ସମିତି (PACS) ପରିଦର୍ଶନ କରିଥିଲେ। ସେଥିରେ କୃଷକମାନଙ୍କ ପଞ୍ଜିକରଣ ପାଇଁ ହୋଇଥିବା ବ୍ୟବସ୍ଥା ଓ ପ୍ରସ୍ତୁତି ସମ୍ପର୍କରେ ସେ ତଦାରଖ କରିଥିଲେ। ଜିଲ୍ଲାପାଳ କୃଷକମାନଙ୍କ ସହ ମୁହାଁମୁହିଁ କଥାବାର୍ତ୍ତା କରି, ପଞ୍ଜିକରଣ ପ୍ରକ୍ରିୟାରେ କୌଣସି ଅସୁବିଧା ନ ହେବାକୁ ପ୍ରଶାସନୀକ ସ୍ତରରୁ ଆବଶ୍ୟକ ସହଯୋଗ ନିଶ୍ଚିତ କରିବାକୁ ଆଶ୍ୱାସନ ଦେଇଥିଲେ।