ଉମରକୋଟ: ପୂର୍ଲା ବକଡାବେଡା ମଝିରେ ଥିବା ପୋଲ ଭାସି ଯାତାୟାତ ଠପ ।
ପୂର୍ଲା ବକଡାବେଡା ମଝିରେ ଥିବା ପୋଲ ଭାସି ଯାତାୟାତ ଠପ । ଲଘୁଚାପ ଜନିତ ଲଗାଣ ବର୍ଷା ରେ ପୂର୍ଲା ଓ ବକଡାବେଡା କୁ ସଂଯୋଗ କରୁଥିବା ଏକ ପୋଲ ପାଣି ରେ ଭାସି ଯାଇଛି। ଯାହା ଦ୍ୱାରା ଦୁଇ ପାର୍ଶ୍ଵରୁ ସଂଯୋଗ ବିଛିନ୍ନ ହେବା ସହିତ ଯାତାୟାତ ରେ ବ୍ୟାଘାତ ସୃଷ୍ଟି ହୋଇଛି।ଲଘୁଚାପ ଜନିତ ବର୍ଷା ଅତି ଅସହ୍ୟ ହୋଇ ପଡିଛି ଅଂଚଳବାସୀ ଙ୍କ ପାଇଁ।ବର୍ତମାନ ଯିବା ଆସିବା ନିମନ୍ତେ ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ମିଳିତ ପ୍ରୟାସରେ ପାଇପ ପକା କାର୍ଯ୍ୟ ଚାଲିଛି। ତହସିଲଦାର, ଉମରକୋଟ ଘଟଣା ସ୍ଥାନରେ ପହଂଚି ସ୍ଥିତି ଅନୁକ୍ଷଣ କରିଥିଲେ ।