ଖଲ୍ଲିକୋଟ୍: ନବରାତ୍ରୀ ପୂଜାର ନବମ ଦିନରେ ମା' ଗୌରୀ ବେଶ ରେ ଦର୍ଶନ ଦେଲେ ମା' ନାରାୟଣୀ, ଶତାଧିକ ଭକ୍ତଙ୍କ ସମାଗମ
ନବମ ଦିନ ରେ ମା' ଗୌରୀ ବେଶ ରେ ଭକ୍ତ ଙ୍କୁ ଦର୍ଶନ ଦେଇଛନ୍ତି ମା' ନାରାୟଣୀ। ତେବେ ନବରାତ୍ରୀ ପୂଜା ପାଇଁ ଆଜି ସକାଳୁ ମାଆ ଙ୍କ ଦ୍ୱାର ଫିଟା ନୀତି ପରେ ଅବକାଶ, ଆଳତୀ ହୋଇଥିଲା। ମଧ୍ୟାହ୍ନ ରେ ଷୋଡଶ ଉପଚାର ପୂଜା ପରେ ଚଣ୍ଡୀ ପାଠ ହୋଇଥିଲା । ତେବେ ମାଆଙ୍କ ଦର୍ଶନ କରିବା ପାଇଁ ଶତାଧିକ ଭକ୍ତ ଙ୍କ ସମାଗମ ହୋଇଥିବା ବେଳେ ଏ ସମ୍ପର୍କରେ ଆଜି ଅପରାହ୍ନ ୨ ଟା ସମୟରେ ମନ୍ଦିର ପରିସରରେ ପ୍ରତିକ୍ରିୟା ରଖିଛନ୍ତି ମନ୍ଦିର ମୁଖ୍ୟ ପୂଜକ ଓ ଭକ୍ତ ।