ସୁକିନ୍ଦା: ଅଶୋକଝର ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଲେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ
Sukinda, Jajpur | Sep 28, 2025 ଭାରତୀୟ ଜନତା ପାର୍ଟି, ସୁକିନ୍ଦା ତରଫରୁ ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲେମ୍ୱୋ ଗ୍ରାମ ପଞ୍ଚାୟତ ସ୍ଥିତ ଅଶୋକଝର ପ୍ରାଥମିକ ବିଦ୍ୟାଳୟ ଠାରେ ଅୟୋଜିତ ମାଗଣା ସ୍ୱାସ୍ଥ୍ୟ ଶିବିର ଲରେ ବରେଣ୍ୟ ଅତିଥିଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ଭାବେ ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀ ଡ୍ଡ ପ୍ରଦୀପ ବଳସାମନ୍ତ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିବା ରବିବାର ଦିବା 10 ଘଟିକା ସମୟରେ ଦେଖିବାକୁ ମିଳିଥିଲା । ଏହି ଶିବିର ମାଧ୍ୟମରେ ସ୍ଥାନୀୟ ଲୋକମାନେ ନିଶୁଳ୍କ ଚିକିତ୍ସା ସହାୟତା, ଔଷଧ ଓ ବରିଷ୍ଠ ଡ଼ାକ୍ତରଙ୍କ ଠାରୁ ସ୍ୱାସ୍ଥ୍ୟ ପରାମର୍ଶ ପାଇଥିଲେ ।