କୋଟପାଡ: ପେଟାଘାଟି ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
ଘାଟି ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର, ବୈପାରୀଗୁଡା ଥାନା ଅନ୍ତର୍ଗତ ମହୁଲି ପଂଚାୟତ କୋଟା ଛକ ତିନି ବାଙ୍କ ମଧୁବନ ପେଟା ଘାଟିରେ ଶନିବାର ଅପରାହ୍ନ ୨ ଟା ସମୟରେ ଏଭଳି ଅଘଟନ ଘିଟିଛି l ସୂଚନା ଅନୁଯାଇ,ଆନ୍ଦ୍ର ପ୍ରଦେଶରୁ ଜୟପୁର ଅଭିମୁଖେ ଆସୁଥିବା ସମେଣ୍ଟ ବିଝେଇ ଟ୍ରକ ପେଟା ଘାଟିରେ ଭାରସାମ୍ୟ ହରାଇ ଘାଟିରୁ ପଚାଶ ଫୁଟ ତଳକୁ ଖସିଯାଇଥିଲା l ଏହି ଦୁର୍ଘଟଣାରେ ସଭଗ୍ୟ ବିଷତଃ ଡ୍ରାଇଭର ଅଳ୍ପକେ ବର୍ତ୍ତିଯାଇଛନ୍ତି l ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ କରୁଛି l