ଲୋଇସିଂହା: ମୁନୁପାଲି ଗ୍ରାମରେ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଶ୍ରମିକଙ୍କ ମୃତଦେହ ଉଦ୍ଧାର ଶବ ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର
ବଲାଙ୍ଗୀର ଜିଲ୍ଲା ଆଗଲପୁର ଥାନା ଅନ୍ତର୍ଗତ ମୁନୁପାଲି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଏକ ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ଆଡିବନ୍ଧ କାମରେ ନିୟୋଜିତ ଥିବା ସହ ଶ୍ରମିକମାନଙ୍କ ପାଇଁ ରୋଷେଇ କାମ କରୁଥିଲେ। ମୃତକଙ୍କ ପରିଚୟ ରାଜସ୍ଥାନ ରାଜ୍ୟର ଜୋଧପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ପୋଲିସ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶବ ବ୍ୟବଚ୍ଛେଦ ସମାପ୍ତ ପରେ ଆଜି ଅପରାହ୍ନ ୪ଟା ସମୟରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ।