ଛତ୍ରପୁର: ଗଜପତି ରୁ ବ୍ରହ୍ମପୁର ଗଞ୍ଜେଇ ଚାଲାଣ ବେଳେ ପାଟପୁର ନିକଟରେ ଧରିଲା ପୋଲିସ, ୩୧ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ
ପାର୍ବଣକୁ ଆଖି ଆଗରେ ରଖି ପୋଲିସ ପକ୍ଷରୁ ଅବକାରୀ ଧରପଗଡ଼ ଜାରି ରହିଛି ।ଏହି କ୍ରମରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ୩୧ କେଜି ୮୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ।ଗଜପତି ରୁ ବ୍ରହ୍ମପୁର ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପାଟପୁର ପୋଲିସ ।ସୋମବାର ଅପରାହ୍ନରେ ପାଟପୁର ନିକଟସ୍ଥ ରାସ୍ତାରୁ ୨ ଅଭିଯୁକ୍ତଙ୍କ ସହ ୩୧ କେଜି ୮୦୦ ଗ୍ରାମ ଗଞ୍ଜେଇ ସହ ଏକ ସ୍କୁଟି ଜବତ କରିଛି।