ଦେବଗଡ: ବସାଲଇ ଛକ ନିକଟରେ କାର ଧକ୍କାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସୁଥିବା ଜଣେ ବ୍ୟକ୍ତି ଗୁରୁତର ଆହତ
ଦେବଗଡ ଥାନା ଅନ୍ତର୍ଗତ ବସାଲଇ ଛକ ନିକଟରେ ଆଜି ଏକ କାର ଧକ୍କାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ଥିବା ବ୍ୟକ୍ତି ସୁନ୍ଦରଗଡ ଜିଲ୍ଲା ବଣେଇ ବ୍ଲକ ବିଜୁପାଳ ଗ୍ରାମର ଭୋଳାଶଙ୍କର ରଣା ବୋଲି ଜଣାପଡିଛି । ତାଙ୍କ ଅଂଟାରେ ଗୁରୁତର ଆଘାତ ଲାଗିଛି । ସୂଚନା ଅନୁଯାୟୀ ଭୋଳାଶଙ୍କରଙ୍କ ସମ୍ପର୍କିୟ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଥିବା ବେଳେ ତାଙ୍କୁ ଦେଖିବା ପାଇଁ ଆସୁଥିଲେ । ଅନ୍ୟ ଯାତ୍ରୀଙ୍କ ସହିତ ସେ ମଧ୍ୟ ଏକ ଅଟୋରେ ବସି ବାରକୋଟ ରୁ ଦେବଗଡ ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।