ଗୋପାଳପୁର: ଗୋଳନ୍ଥରା ଠାରେ ପୂର୍ବତନ ସରପଞ୍ଚଙ୍କ ସ୍ୱର୍ଗତ ରମାକାନ୍ତ ପ୍ରଧାନଙ୍କ ସ୍ମୃତି ସଭା, ଯୋଗଦେଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା
ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଳନ୍ଥରା ଠାରେ ପୂର୍ବତନ ସରପଞ୍ଚଙ୍କ ସ୍ୱର୍ଗତ ରମାକାନ୍ତ ପ୍ରଧାନଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ବୁଧବାର ଅପରାହ୍ନରେ ଉକ୍ତ କାର୍ଯ୍ୟକ୍ରମରେ ଗୋପାଳପୁର ବିଧାୟକ ତଥା ରାଜ୍ୟ ସରକାରଙ୍କ ଖଣି ଇସ୍ପାତ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ସ୍ୱର୍ଗତ ରମାକାନ୍ତ ପ୍ରଧାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।