ବିଏମଆରସି କାର୍ଡିଆକ କେୟାର ହସ୍ପିଟାଲ ପରିସରରେ ସ୍ୱତନ୍ତ୍ର ସିଏମଇ କାର୍ଯ୍ୟକ୍ରମ ଓ ଏହାର ଅଫିସିଆଲ ୱେବସାଇଟ ଉଦ୍ଘାଟନ କାର୍ଯ୍ୟକ୍ରମ ଆଜି ଦିନ ଦୁଇଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ହସ୍ପିଟାଲ କତ୍ତୃପକ୍ଷ ଙ୍କ ସମେତ ଝାରସୁଗୁଡା ଜିଲ୍ଲା ସ୍ବାସ୍ତ୍ୟ ବିଭାଗର ଅଧିକାରୀ ଉପସ୍ଥିତ ରହିଥିଲେ। ହସ୍ପିଟାଲରେ ସମସ୍ତ ଉପକରଣ ପହଁଚିଥିବା ବେଳେ ଖୁବଶୀଘ୍ର ଏହି ହସ୍ପିଟାଲ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକ୍ଷମ ହେବାନେଇ ଆଶା କରାଯାଉଛି। ତେବେ ହୃଦରୋଗୀଙ୍କୁ କିପରି ତୁରନ୍ତ ଚିକିତ୍ସା ଯୋଗାଇଦିଆଯାଇପାରିବ ତାକୁ ନେଇ ଆଲୋଚନା କରାଯାଇଥିଲା।