ଆମେ ମୟୂରଭଞ୍ଜିଆ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ଟିକରପଡା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ସାମୁହିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସବୁଜ ମୟୂରଭଞ୍ଜ ଶୀର୍ଷକରେ ଆମେ ମୟୂରଭଞ୍ଜିଆର ଅଧ୍ୟକ୍ଷ ସଞ୍ଜୟ କୁମାର ଚୌଧୁରୀଙ୍କ ଆହ୍ବାନ କ୍ରମେ ବିଦ୍ୟାଳୟ ଚତୁଃପାର୍ଶ୍ବରେ ଦେବ ବୃକ୍ଷ, ବର ଓ ଅଶ୍ୱତ୍ଥ ରୋପଣ ସହ ଫଳ ବୃକ୍ଷ ମଧ୍ୟରେ ଆମ୍ବ, ପଣସ ଓ କମଳା ଆଦି ବୃକ୍ଷ ରୋପଣ କରାଯାଇଛି।