ପୋଲସରା: ଦୁତୀୟ ଅର୍କ କ୍ଷେତ୍ର ବିରଞ୍ଚି ନାରାୟଣ ମନ୍ଦିର ସମେତ ବହୁ ମନ୍ଦିର ରେ ବକୁଳ ଅମାବାସ୍ୟା ରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ
ଆଜି ହେଉଛି ବକୁଳ ଅମାବାସ୍ଯା l ପୌଷ କୁଷ୍ଣ ଅମାବାସ୍ଯାକୁ ବକୁଳ ଅମାବାସ୍ଯା ରୁପେ ଓଡିଶାରେ ସର୍ବତ୍ର ପାଳନ କରାଯାଏ l ତେଣୁ ବିଭିନ୍ନ ଦେବାଳୟ ଓ ଘରେ ଘରେ ସ୍ୱତନ୍ତ୍ର ପୂଜାର୍ଚନା ଅନୁଷ୍ଠିତ ହୋଇଥାଏ l ଏହି ଦିବସ ଲାଗି ଆଜି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ସ୍ଥିତ ରାଜ୍ୟର ଦୁତୀୟ ଅର୍କ କ୍ଷେତ୍ର ଭାବେ ବିରଞ୍ଚି ନାରାୟଣ ମନ୍ଦିର ସମେତ ଅଞ୍ଚଳର ବିଭିନ୍ନ ମନ୍ଦିର ରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି l ବିଶେଷକରୀ ବିରଞ୍ଚି ନାରାୟଣ ମନ୍ଦିର ରେ ସକାଳୁ ଦ୍ୱାର ଫିଟା ନିତି ସହ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା l