ଡାବୁଗାଁ: ରତିଗୁଡା ଗାଁ ରାସ୍ତା ମରାମତି ଦାବି କଲେ ଗ୍ରାମବାସୀ #jansamsya
ପାପଡାହାଣ୍ଡି ବ୍ଲକ କଣ୍ଟାମାଳ ପଂଚାୟତ ରତିଗୁଡା ଗ୍ରାମ ରାସ୍ତା ମରାମତି ଲାଗି ଦାବି କରିଛନ୍ତି ଗ୍ରାମବାସୀ | ରାସ୍ତା ପାର୍ଶ୍ୱ ନାଳ ନ ଥିବା ରାସ୍ତା ମରାମତି ନ ହେବା ଯୋଗୁଁ ରାସ୍ତାରେ ଆଣ୍ଠୁଏ ଖାଲ ହୋଇଛି | ରାସ୍ତାରେ ସବୁବେଳେ ପାଣି ଜମିକି ରହୁ ଥିବାରୁ ଯିବା ଆସିବାରେ ବହୁତ ଅସୁବିଧା ହେଉଥିବା ଗ୍ରାମବାସୀ କହିଛନ୍ତି | ଏହି ରାସ୍ତାରେ ପଡି ଲୋକେ ଦୈନିକ ଆହତ ହେଉଛନ୍ତି | ବାରମ୍ବାର ପ୍ରଶାସନ ଅଧିକାରିଙ୍କୁ ଅବଗତ କରିବା ପରେ ମଧ୍ୟ ଏପର୍ଯ୍ୟନ୍ତ ରାସ୍ତା କାମ କରାଯାଇନଥିବା ଯୋଗୁଁ ଲୋକେ ଅସନ୍ତୋଷ ଜାହିର କରିଛନ୍ତି | ଶୀଘ୍ର ପକ୍କା ରାସ୍ତା ନିର୍ମାଣ ଲାଗି ଦାବି କରିଛନ୍ତି |