ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତେଣ୍ଟୁଲୋଇ କୋଡାସାହି ଗ୍ରାମ ପଞ୍ଚାୟତ ସ୍ଥିତ ହାଣ୍ଡିଗୋଡା ଗ୍ରାମରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପି ଯୁବ ନେତା ଅକ୍ଷୟପାଦ ବେହେରା ଯୋଗଦେଇଥିଲେ। ମୁଖ୍ୟ ଅତିଥି ଖେଳାଳି ମାନଙ୍କୁ ସମ୍ବୋଧିତ କରିବା ସହ ବିଜେତା ଓ ଉପ ବିଜେତା ଦଳର ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ ଛେଣ୍ଡିପଦା ସରପଞ୍ଚଙ୍କ ସମେତ ବୋହୁ ବିଜେପି ନେତା ଉପସ୍ଥିତ ଥିଲେ।