ବଲାଙ୍ଗୀର ଜିଲ୍ଲାର Balangir Forest Division ପକ୍ଷରୁ ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ବନାଗ୍ନୀକୁ ନିୟନ୍ତ୍ରଣ ଓ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପ୍ଲାଣ୍ଟେସନ୍ ଅଞ୍ଚଳ ଏବଂ ରିଜର୍ଭ ଫରେଷ୍ଟ ମଧ୍ୟରେ ଫାୟାରଲାଇନ୍ ସୃଷ୍ଟି କରାଯାଇଛି। ଶୁଷ୍କ ପତ୍ର ଓ ଜଳନଶୀଳ ପଦାର୍ଥକୁ ସଫା କରି ଅଗ୍ନି ଆଗକୁ ବ୍ୟାପିବାକୁ ରୋକିବା ଏହାର ମୂଳ ଉଦ୍ଦେଶ୍ୟ। ବନ କର୍ମଚାରୀମାନେ ସଚେତନତା କାର୍ଯ୍ୟକ୍ରମ ସହ ଗ୍ରାମବାସୀଙ୍କୁ ସହଯୋଗ ପାଇଁ ଆହ୍ୱାନ କରିଛନ୍ତି। ବନ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ଅତ୍ୟାବଶ୍ୟକ ବୋଲି ବିଭାଗ ପକ୍ଷରୁ ଆଜି ଅପରାହ୍ନ ୪ଟା ସମୟରେ କୁହାଯାଇଛି।