ଆଜି ଜିଲ୍ଲାପାଳ ବଲାଙ୍ଗିରଙ୍କ ଉପସ୍ଥିତିରେ କୋଶଳ କଳାମଣ୍ଡଳର ମୁଖପତ୍ର **“ଚତୁରଂଗ”**ର ୧୩ତମ ସଂସ୍କରଣର ଭବ୍ୟ ପାଠକାର୍ପଣ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସହ କବି ଓ କବିତା ସନ୍ଧ୍ୟା ମଧ୍ୟ ଆୟୋଜିତ ହୋଇଥିଲା। ବିଭିନ୍ନ ସ୍ଥାନୀୟ କବି ଓ ସାହିତ୍ୟିକ ନିଜ ନିଜ କବିତା ପାଠ କରି ସାହିତ୍ୟ ରସିକମାନଙ୍କୁ ମନୋରଞ୍ଜିତ କରିଥିଲେ। ଜିଲ୍ଲାପାଳ କୋଶଳୀ ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପାଇଁ ଏପରି ପ୍ରୟାସକୁ ସାଧୁବାଦ ଜଣାଇଥିଲେ