ଗଞ୍ଜାମ ଜିଲ୍ଲା ଛତ୍ରପୁର ୫୯ ନମ୍ବର ଜାତୀୟ ରାଜପଥର କଲେଜ ଛକରେ ସଡ଼କ ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ଜଣାପଡିଛି। ଗୁରୁବାର ଅପରାହ୍ନରେ ଏଭଳି ଏକ ଦୁର୍ଘଟଣା ଘଟିଥିବା ବେଳେ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଉଭୟଙ୍କୁ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।