ସୋର: ମାଣିପୁର ସମେତ ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ, ଦେଶୀମଦ, ଜିଞ୍ଜର ଜବତ, ଦୁଇ ମହିଳା ଗିରଫ
Soro, Balasore | Sep 15, 2025 ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦେଶୀମଦ ଏବଂ ଜିଞ୍ଜର ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସୁରଜ କୁମାର ଟୀଗାଙ୍କ ନେତୃତ୍ୱରେ ଏକ ଟିମ ମାଣିପୁର ଗ୍ରାମରେ ଚଢ଼ାଉ କରି ସାବିତ୍ରୀ ମୁର୍ମୁ ନିକଟରୁ ୪୫ ଲିଟର ଦେଶୀମଦ,ଖଜୁରୀଡିହା ଗ୍ରାମର ରଂଜିତା ଜେନା ନିକଟରୁ ୪୫ ଲିଟର ଜିଞ୍ଜର ଜବତ କରିବା ସହିତ ଉଭୟଙ୍କୁ ଗିରଫ କରିଥିଲେ।ଅପରାହ୍ନରେ ସୋର ମେଡ଼ିକାଲରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏହି ଚଢ଼ାଉରେ ଏଏସଆଇ ବସନ୍ତ ବାରିକ,ଶଶୀକାନ୍ତ ସାହୁ ସାମିଲ ଥିଲେ।