ପଦ୍ମପୁର: ଆର.ବୀ ହାଇସ୍କୁଲ ଠାରେ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ପ୍ରଥମ ରାଜ୍ୟ ସ୍ତରୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ଉଦଯାପିତ
ବରଗଡ ଜିଲ୍ଲା ପଦ୍ମପୁର ସହର ଆର.ବୀ ହାଇସ୍କୁଲ ଠାରେ ତିନି ଦିନ ଧରି ଚାଲିଥିବା ପ୍ରଥମ ରାଜ୍ୟ ସ୍ତରୀୟ ଗନ୍ଧମାର୍ଦ୍ଦନ ନାଟକ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି। ଆଜି ସନ୍ଧ୍ୟା 7ଟା ସମୟରେ ଉଦଯାପନୀ ଦିବସରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଲ ସମ୍ମାନିତ ଅତିଥି ଭାବରେ ଅଞ୍ଚଳ ମହାବିଦ୍ୟାଳୟ ଅଧ୍ୟକ୍ଷ ଖଗେଶ୍ବର ଦାସ, ଡ଼ଃ ବାଞ୍ଚାନିଧି ପଣ୍ଡା, ଓ ବରଗଡ ଏସ୍ପି ପ୍ରହଲ୍ଲାଦ ସାହି ମିନା ଯୋଗଦେଇ ଆୟୋଜକ କମିଟି ଙ୍କୁ ପ୍ରଶଂସା କରିବା ସହ ସାଇବର ସୁରକ୍ଷା ଉପରେ ସଚେତନତା କରିଥିଲେ। ଆଜି ଉଦଯାପନୀ ଦିବସରେ ଦୁଇଟି ନାଟକ ପରିବେଷଣ ହେବ। ନାଟକ ଦେଖିବା ପାଇଁ