କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପ୍ରତିଷ୍ଠା ଦିବସ ପାଳିତ। କଳିଙ୍ଗ ମହାବିଦ୍ୟାଳୟରେ ଜାତୀୟ ଶିକ୍ଷାର୍ଥୀ ବାହିନୀର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଅଧ୍ୟାପିକା ସୁଶ୍ରୀ ସୁପ୍ରିୟା ମହାନ୍ତି, ସମ୍ମାନିତ ଅତିଥି ଭାବେ ଅଧ୍ୟାପିକା ଗଣିତ ବିଭାଗର ଅନୀତା ପଟ୍ଟନାୟକ, ଶିକ୍ଷା ବିଭାଗର ଅଧ୍ୟାପକ ଅବେଦ ମଣ୍ଡଳ ଏବଂ ଅଧ୍ୟାପିକା ସରିତା ମିଶ୍ର ଯୋଗଦେଇଥିଲେ। ଛାତ୍ରଛାତ୍ରୀ ଦ୍ୱାରା ପ୍ୟାରେଡ କରି ମହାତ୍ମାଗାନ୍ଧୀଙ୍କ ସ୍ମୃତି ତର୍ପଣଣରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା।