ଡାବୁଗାଁ: ଶିରାଗୁଡା ଗ୍ରାମକୁ ପହଂଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ଦୀର୍ଘ 2କିଲୋମିଟର ବୁହା ହେଲେ ଗର୍ଭବତୀ
ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଂଚାୟତ ଶିରାଗୁଡା ଗ୍ରାମକୁ ଆଜି ଆମ୍ବୁଲାନ୍ସ ପହଂଚି ନ ପରିବା ଯୋଗୁଁ ଦୁଇ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ | ଗ୍ରାମର ଶ୍ରୀଦେବି ଗୌଡ଼ଙ୍କୁ ସନ୍ଧ୍ୟାରେ ଗର୍ଭ ଯନ୍ତ୍ରଣା ହୋଇଥିଲା | ଆଶା ଦିଦି ଆମ୍ବୁଲାନ୍ସକୁ ଫୋନ କରିଥିଲେ | ରାସ୍ତା କାଦୁଅ ଯୋଗୁଁ କାଙ୍ଗମାଝୀଗୁଡ଼ା ଆସି ଆମ୍ବୁଲାନ୍ସ ଅଟକି ଯାଇଥିଲା | ଚାଳକ କାଦୁଅ ରାସ୍ତା ନେଇ ସୂଚନା ଦେବା ପରେ ପରିବାର ଲୋକେ ଖଟିଆରେ ଶ୍ରୀଦେବିଙ୍କୁ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ | ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା |