କେନ୍ଦ୍ରାପଡା: ରାଜନଗର ସ୍ଥିତ ପେଣ୍ଠ ବେଳାଭୂମିରେ "ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ" ଅନୁଷ୍ଠିତ
ଯଶଶ୍ଵୀ ପ୍ରଧାନମନ୍ତ୍ରୀ ମୋଦୀଜିଙ୍କ ୭୫ତମ ଜନ୍ମଦିନ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ସ୍ଥିତ ପେଣ୍ଠବେଳାଭୂମି ରେ ଆଜି ପ୍ରାୟ ୧୧ ଘଣ୍ଟିକା ସମୟରେ "ମା ପାଇଁ ଗଛ ଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ସହିତ ମହାକାଳପଡାର ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ପରିବେଶ ସୁରକ୍ଷା କରିବାକୁ ଆହ୍ବାନ ଦେଇଥିଲେ ।