ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅଞ୍ଚଲରେ ଲାଗି ରହିଛି ହାତୀ ଉପଦ୍ରଵ, ଅନେକ ଫସଲ ନଷ୍ଟ କରୁଥିବା ନେଇ ଅଭିଯୋଗ। ତେବେ ଗତ ବିଳମ୍ବିତ ରାତିରେ ଲଖନପୁର ବ୍ଲକ ଅନ୍ତର୍ଗତ ସୋଲଦିଆ କଲୋନୀପଡାରେ ହାତୀ ଉପଦ୍ରଵ କରିବା ସହିତ କ୍ଷୟକ୍ଷତି କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ସନ୍ଧ୍ୟା ସମୟରୁ ମଧ୍ୟ ସୋଲଦିଆ ଅଞ୍ଚଳରେ ହାତୀ ରହିଥିବା ନେଇ ଆଜି ରାତି ନଅଟା ସମୟରେ ସୂଚନା ମିଳିଛି। ଏହି ଅଞ୍ଚଳରେ ହାତୀ ରହିଥିବା ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି।