ଜିଲ୍ଲା ପାଳଙ୍କ ସମ୍ବିଳନୀ କକ୍ଷରେ ଆଜି ପୂରଭାହ୍ନ ୧୧ ଟା ସମୟ ରେ ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା ୟୁନିଟ, ବଲାଙ୍ଗୀର ର ମିଳିତ ପ୍ରୟାସରେ ଆଜି ଏକ ସମ୍ବେଦନଶୀଳ ଓ ମାନବିକ ପଦକ୍ଷେପ ନିଆଗଲା। ନିଃସନ୍ତାନ ଦମ୍ପତିଙ୍କୁ ଅନାଥ ଓ ପରିତ୍ୟକ୍ତ ଶିଶୁମାନଙ୍କ ପିତା–ମାତା ଭାବେ ଆଧିକାରିକ ପରିଚୟ ପ୍ରଦାନ କରାଗଲା। ଶିଶୁମାନେ ସୁରକ୍ଷା, ସ୍ନେହ ଓ ସ୍ଥାୟୀ ଆଶ୍ରୟ ପାଇ ଏକ ନୂଆ ପରିବାରରେ ପ୍ରବେଶ କରିଥିବାବେଳେ, ଜିଲ୍ଲାପାଳ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ହୃଦୟପୂର୍ଣ୍ଣ ସୁଭେଚ୍ଛା ଜଣାଇଛନ୍ତି। ମାନବିକତା ଓ ସମାଜିକ ଦାୟିତ୍ୱର ଏହି ପଦକ୍ଷେପ ଜିଲ୍ଲାରେ ଉଦାହରଣ ସୃଷ୍ଟି କରିଛି।