ବଲାଙ୍ଗୀର: ସେଲମାପାଲି ଗ୍ରାମରେ ସର୍ପଦଂଶନରେ ଯୁବକଙ୍କ ବୁର୍ଲା ମେଡିକାଲରେ ମୃତ୍ୟୁ
ସେଲମାପାଲିରେ ସର୍ପଦଂଶନରେ ଯୁବକଙ୍କ ମୃତ୍ୟୁ ବଲାଙ୍ଗୀର ଜିଲ୍ଲାର ସେଲମାପାଲି ଗ୍ରାମରେ ସର୍ପଦଂଶନରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ନେଇଯାଇଥିଲା। କିନ୍ତୁ ଆଜି ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ଆଜି ରାତି ୮ ଟା ସମୟ ରେ ମିଳିଛି. ଏହି ଘଟଣା ରେ ଅଞ୍ଚଳ ରେ ଶୋକ ର ଛାୟ ଖେଳି ଯାଇଛି