ଗତ ୨୮ ଡିସେମ୍ବର ଦିନ ବାମରା ବ୍ଲକ ଅନ୍ତର୍ଗତ କେଛୁପାଣି ଯୁଡ଼ାଜାମ ନିକଟ କ୍ଷେତ ରୁ କହପାଣି ଗ୍ରାମର ଅଶୋକ ବୁଡ଼ ନାମକ ଜଣେ ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏନେଇ ପୋଲିସ ଏକ ଅପ୍ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ଅନୈତିକ ପ୍ରେମ ସମ୍ପର୍କ ଥିବା ଯୋଗୁଁ ଏହି ଘଟଣା ଘଟିଥିବା କେତେକ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏହାକୁ କେନ୍ଦ୍ର କରି ଗ୍ରାମର ଉତ୍ୟକ୍ତ ମହିଳା ମାନେ ମୃତକ ଅଶୋକଙ୍କ ସ୍ତ୍ରୀକୁ ଠେଙ୍ଗା ଓ ଲାତ ବିଧାରେ ନିସ୍ତୁକ ମାଡ଼ ମାରିଥିଲେ। ଏହାର ଭିଡିଓ ଶୁକ୍ରବାର ଭାଇରାଲ ହୋଇଛି।