ବହଳଦା: ଉମାଦେଇ ପୁର ପାଂଧଡା ସ୍କୁଲ ପାଖରୁ ଅଜଗର ଉଦ୍ଧାର
ସ୍କୁଲ ପାଖରୁ ଅଜଗର ଉଦ୍ଧାର ମୟୁରଭଞ୍ଜ ଜିଲା ବାଙ୍ଗରିପୋଷି ରେଞ୍ଜ ଅନ୍ତର୍ଗତ ଉମାଦେଇ ପୁର ପଞ୍ଚାୟତ ପାଂଧଡା ଗ୍ରାମରୁ ବନବିଭାଗ ଏକ ଅଜଗର ଉଦ୍ଧାର କରିଛି। ବୁଧବାର ରାତି ୮ ଘଟିକା ସମୟରେ ପାଂଧଡା ସରକାରୀ ସ୍କୁଲ ପାଖରେ ଜଣେ ପଥଚାରୀ ଘରକୁ ଯାଉଥିବା ବେଳେ ହଟାତ ଦେଖି ସ୍ଥାନୀୟ ଲୋକ ବାଙ୍ଗରିପୋଷି ବନବିଭାଗକୁ ଖବର ଦେବା ପରେ ବନବିଭାଗର ସ୍ନେକ ଉଦ୍ଧାର କାରୀ ଦଳ ଆସି ଉଦ୍ଧାର କରି ନେଇ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦେଇଛନ୍ତି। ଉଦ୍ଧାର ସାପଟିର ଲମ୍ବ ୭ ଫୁଟ ହେବ ବୋଲି ବନବିଭାଗ କହିଛି।