ବାଲେଶ୍ବର ମ୍ୟୁନିସିପାଲଟି: ସହରର ତାରିଣୀ ଛକ ଠାରେ ମରଣାନ୍ତକ ଆକ୍ରମଣରେ ବ୍ୟବସାୟୀ ଗୁରୁତର,ଗୁରୁତର ବ୍ୟବସାୟୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ସହରର ଟୁଲଙ୍ଗସାହି ତାରିଣୀ ଛକ ଠାରେ କମ୍ପ୍ୟୁଟର ବ୍ୟବସାୟୀ ସଂଗ୍ରାମ ଦାସ ଙ୍କୁ ବ୍ୟବସାୟୀକ ଶତ୍ରୁତାକୁ କେନ୍ଦ୍ର କରି ଅନ୍ୟଜଣେ ବ୍ୟବସାୟୀ ଓ ତାଙ୍କର କିଛି ସହଯୋଗୀ ଧାରୁଆ ଅସ୍ତ୍ର ରେ ମରଣାନ୍ତକ ଆକ୍ରମଣ କରି ଗୁରୁତର କରିଥିଲେ।ସ୍ଥାନୀୟ ଲୋକେ ସଂଗ୍ରାମକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।ଆଜି ଦିନ ଦୁଇଟା ସମୟରେ ଗୁରୁତର ସଂଗ୍ରାମ ଙ୍କ ମାମୁ ତଥା ଜିଲ୍ଲା ବିଜେପି ସଭାପତି ଈଶ୍ୱର ବେହେରା ଚିକିତ୍ସାଳୟରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।