ହିନ୍ଦୋଳ: ରାଣୀପାଳ ଗ୍ରାମକୁ ସାପୁଆ ନଦୀ ଉପରେ ନୂତନ ବ୍ରିଜ୍ ଉଦ୍ଘାଟିତ
ଆଜି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ରାଣୀପାଳକୁ ସାପୁଆ ନଦୀ ଉପରେ ଗୋଟିଏ ନୂତନ ବ୍ରିଜ୍କୁ ଲୋକସଭା ସଦସ୍ୟ ରୁଦ୍ର ନାରାୟଣ ପାଣି ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକଙ୍କ ଦ୍ବାରା ଉଦ୍ଘାଟିତ ହୋଇଯାଇଅଛି । ଏଥି ନିମନ୍ତେ ଘଟିପିରି, ଗୋବିନ୍ଦପ୍ରସାଦ, କୋତମ ଓ କଳାଙ୍ଗ ଗ୍ରାମପଂଚାୟତର ବହୁ ଜନସାଧାରଣ ଉପସ୍ଥିତ ଥିଲେ । ସାପୁଆ ନଦୀ ଉପରେ ଉକ୍ତ ବ୍ରିଜ୍ ନିର୍ମାଣ ହୋଇଥୁବାରୁ ଏହି ଚାରି ପଂଚାୟତର ବହୁ ଦିନର ଦାବୀ ପୂରଣ ହୋଇପାରିଥିବାରୁ ଜନସାଧାରଣଙ୍କ ମନରେ ଆନନ୍ଦ ଉଲ୍ଲାସ ଖେଳିଯାଇଥିଲା ।