ଜାତୀୟ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲା ସ୍ୱାସ୍ତ୍ୟ ସମିତି ଝାରସୁଗୁଡା ପକ୍ଷରୁ ତମ୍ବାଖୁମୁକ୍ତ ଶିକ୍ଷାନୁଷ୍ଠାନ ଗଢିତୋଳିବା ପାଇଁ ଆଜି ଦିନ ତିନିଟା ସମୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ ପୁରୁଣାବସ୍ତି ହାଇସ୍କୁଲ ଝାରସୁଗୁଡା ଠାରେ ସ୍କୁଲ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଏବଂ ପଞ୍ଚାୟତ ସମିତି ଡିଗ୍ରୀ କଲେଜ କୋଲାବିରା ଠାରେ କଲେଜ ଲେଭେଲ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।