ଅନୁଗୋଳ ଛେଣ୍ଡିପଦାରେ ଆସନ୍ତା ଜାନୁୟାରୀ ମାସରେ ହେବାକୁ ଥିବା ସର୍ବ ହିନ୍ଦୁ ସମ୍ମିଳନୀ ପାଇଁ ଆଜି ପ୍ରଥମ ବୈଠକ ଆୟୋଜିତ ହୋଇଯାଇଛି। ଅପରାହ୍ନ ୨ ଟାରେ ଆୟୋଜିତ ବୈଠକରେ ଜିଲ୍ଲା ପରିଷଦ ଯଶବୋନ୍ତ ପ୍ରସାଦ ବେହେରାଙ୍କ ସମେତ ବୋହୁ ଯୁବ ନେତା ଯୋଗ ଦେଇଥିଲେ। ଏହା ସହିତ ଛେଣ୍ଡିପଦା ଅଞ୍ଚଳର ଏକାଧିକ ହିନ୍ଦୁ ସଂଗଠନର କର୍ମକର୍ତ୍ତା ଯୋଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଲୋଚନା କରିଥିଲେ। ଏହି ଅବସରରେ ସର୍ବ ହିନ୍ଦୁ ସମ୍ମିଳନୀ ପତ୍ରିକା ଉନ୍ମୋଚିତ ହୋଇଥିଲା।