ଜୟପୁର ଠାରୁ ଭୁବନେଶ୍ବର ଏବଂ ବିଶାଖପାଟଣାକୁ ଚଳଚାଳ କରୁଥିବା ଯାତ୍ରୀବାହୀ ବିମାନର ଭଡା ବୃଦ୍ଧି କରାଯାଇଛି । ଏହିପରି ହଠାତ ଯାତ୍ରୀଭଡା ପ୍ରାୟ ୫୦୦ରୁ ୧ହଜାର ମଧ୍ୟରେ ବୃଦ୍ଧିକୁ ନେଇ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିବା ସହିତ ଏହା ନୂତନ ବର୍ଷରେ ଯାତ୍ରୀଙ୍କୁ ବିମାନ ଚଳାଚଳ ଦାୟୀତ୍ବରେ ରହିଥିବା ଇଣ୍ଡିଆ ୱାନ କମ୍ପାନୀର ଭେଟି ବୋଲି ଆଜି ଅପରାହ୍ନ 4ଟାରେ ସମାଲୋଚନା କରିଛନ୍ତି ।