ଭୀମଖୋଜ ଜଂଗଲରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ lସଦର ରେଞ୍ଜ ବୀରସଂଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଢ଼ୀଆର୍କଟା ଗାଁ ର ବୃଦ୍ଧ ରଥ୍ ଛୁରା ରବିବାର ଅପରାହ୍ନରେ ଏକ ଦନ୍ତାହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଘଟଣା ସ୍ଥଳକୁ ଭାରପ୍ରାପ୍ତ ରେଞ୍ଜର ପ୍ରଶାନ୍ତି ଓରାମ ଓ ବନ ବିଭାଗୀୟ କର୍ମଚାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ସୂଚନାନୁସାରେ, ଆଜି ଅପରାହ୍ନ ଦୁଇଟା ରେ ବୃଦ୍ଧ ଶ୍ରୀ ଛୁରା ତାଙ୍କ ଗାଁ ରୁ ପ୍ରାୟ ଦୁଇ ଶହ ମିଟର ଦୂରରେ ଥିବା ଗ୍ରାମ୍ୟ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ ସକାଶେ ଯାଇଥିବା ବେଳେ ହଠାତ ଏକ ହାତୀ ହାବୁଡରେ ପଡ଼ିଯାଇଥିଲେ ।