କୁର୍ଲୁ ବାହାଲ ଛକ ଠାରେ ବାଇକ୍ ଦୁର୍ଘଟଣା, ଶିକ୍ଷକଙ୍କ ମୃତ୍ୟୁ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଥାନା କୁର୍ଲୁ ବାହାଲ ଛକ ନିକଟରେ ଘଟିଥିବା ଏକ ସଡକ ଦୁର୍ଘଟଣାରେ କୁର୍ଲୁ ବାହାଲ ଅପର ପ୍ରାଇମେରୀ ସ୍କୁଲର ଶିକ୍ଷକ ଶଙ୍କର୍ଷଣ ପାଢ଼ୀ ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଶ୍ରୀ ପାଢ଼ୀ ବାଇକ୍ରେ କୌଣସି କାର୍ଯ୍ୟରେ ଯାଉଥିବା ସମୟରେ ସାମ୍ନା ପଟୁ ଆସୁଥିବା ଅନ୍ୟ ଏକ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟାବହ ଥିଲା ଯେ ଘଟଣା ସ୍ଥଳରେ ସେ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ଭିମ୍ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଅ ନା ଯାଇଥିଲେହ