ଦେଓଗାଁ ବ୍ଲକର ବନ୍ଧପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ହଟାଇବାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ପରେ, ଆଜି ସ୍ଥାନୀୟ ସରପଞ୍ଚ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି — ବନ୍ଧପଡା ଓ ପାଖପାଖ ଗ୍ରାମ ଅଞ୍ଚଳର ହଜାରୋ ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି, ତେଣୁ ଆମ୍ବୁଲାନ୍ସ ହଟାଇ ଦେବା ଅଞ୍ଚଳବାସୀଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରିବ। ସେ ଜିଲ୍ଲା ପ୍ରଶାସନଙ୍କୁ ଅଭିଯୋଗ କରି ଆମ୍ବୁଲାନ୍ସକୁ ପୁନଃ ବନ୍ଧପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ରଖିବା ଦାବି କରିଛନ୍ତି। ସରପଞ୍ଚଙ୍କ ଅନୁସାରେ ଏହି ଅଞ୍ଚଳର ସାଧାରଣ ଲୋକଙ୍କ ଜୀବନ ସୁବିଧା ପାଇଁ ଆମ୍ବୁଲା