ଖେମୁଣ୍ଡିଗଡ଼ରେ ଶୁଳିଆ ଯାତ୍ରା ଘଣ୍ଟାପଡା,୨୩।୧(ନି.ପ୍ର): କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଖେମୁଣ୍ଡିଗଡ଼ ଗ୍ରାମରେ ଶୁଳିଆ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସୋମବାର ରାତିରେ ଦେବାଦେବୀଙ୍କୁ ବରଣ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା l ମଙ୍ଗଳବାର ଦିନ ପୂଜକ ଅନନ୍ତରାମ ମାଝୀ ରୀତିନୀତି ଅନୁଯାୟୀ ପୂଜା କରିବା ପରେ ବରୁଆ ଦୁତିଆ ବିଶିଙ୍କ ଦେହରେ ଠାକୁର ସବାର ହୋଇଥିଲେ l ଏହାପରେ ପାରମ୍ପରିକ ବାଦ୍ୟ, ଘଣ୍ଟ, ଛତିଛତ୍ର ଧରି ଯାତ୍ରା ପୀଠକୁ ଯାଇଥିଲେ l ଖଳାରେ ଶୁଳିଆ ସମେତ ପାର୍ଶ୍ଵ ଦେବାଦେବୀଙ୍କୁ ଅରୁଆ ଚାଉଳ, ମନ୍ଦର ଫୁଲ, ଧୋପ, ଦୀପ, ଜୁଗାର ସମର୍ପଣ କରି ଭୋଗ