ବଲାଙ୍ଗୀର: ବିଜାଖମନ ନିକଟରେ ବାଇକ୍ ଦୁର୍ଘଟଣାରେ ବ୍ୟକ୍ତିଙ୍କ ମୃତ୍ୟୁ,ଆଖି ଦାନ କରି ମାନବସେବାର ଉଦାହରଣ ସୃଷ୍ଟି କଲେ ପରିବାର
ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍, ଚାଲିଗଲା ଚାଳକଙ୍କ ଜୀବନ ବଲାଙ୍ଗୀର – ଗତ କାଲି ସନିବାର ସନ୍ଧ୍ୟା ସମୟରେ ବଲାଙ୍ଗୀର ସହର ନିକଟରେ ଥିବା ଜାତୀୟ ରାଜପଥ ଏନ୍ଏଚ୍ ୨୬, ବିଜାଖମନ ନିକଟରେ ଏକ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଘଟିଥିଲା। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ବାଇକ୍ ଚଳାଇ ଯାଉଥିବାବେଳେ ହଠାତ୍ ଭାରସାମ୍ୟ ହରାଇ, ରାସ୍ତା ପାଖରେ ଥିବା ଗଛରେ ଭୟଙ୍କର ଭାବରେ ଧକ୍କା ଖାଇଥିଲେ। ଦୁର୍ଘଟଣାର ଘଟଣାସ୍ଥଳରେ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକମାନେ ତତ୍କ୍ଷଣାତ୍ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ପହଞ୍ଚାଇଥିଲେ।