ଭଦ୍ରକ ଗ୍ରାମାଞ୍ଚଳ: ରାନ୍ଦିଆ ବାଉଦପୁରରେ ରେଳଷ୍ଟେସନରେ ଟ୍ରେନରୁ ଖସି ପଡି ଵୃଦ୍ଧ ମୃତ
ରାନ୍ଦିଆ ବାଉଦପୁରରେ ରେଳଷ୍ଟେସନରେ ଖସି ପଡି ଵୃଦ୍ଧ ମୃତ। ସୋମବାର ସକାଳ ୯ଟା ସମୟରେ ରେଳବାଇ ପୋଲିସ ସୂଚନା ମୁତାବକ ଗତକାଲି ଅପରାହ୍ନ ୪ଟାରେ ରାନ୍ଦିଆ ଅଞ୍ଚଳର ରତ୍ନାକର ବିଶ୍ବାଳ କଟକରୁ ଲୋକାଲ ଟ୍ରେନ ଯୋଗେ ରାନ୍ଦିଆ ଫେରୁଥିଲେ। ରାନ୍ଦିଆ ଵାଉଦପୁର ଷ୍ଟେସନରେ ଟ୍ରେନରୁ ଓହ୍ଲାଇବା ସମୟରେ ଗୋଡ ଖସିଯିବାରୁ ତଳେ ପଡି ଯାଇଥିଲେ। ତାଙ୍କର ମୁଣ୍ଡରେ ଗଭୀର ଆଘାତ ହୋଇଥିଲା। ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ ଵିଳମ୍ବିତ ରାତିରେ କଟକ ଡାକ୍ତରଖାନା ନିଆଯାଇଥିଲା। କଟକରେ ଯିବା ଵାଟରେ ମୃତ୍ୟୁ ହୋଇଥିଲା। ସକାଳୁ ତାଙ୍କର ମୃତ ଦେହ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ଅଣାଯାଇଥିଲା